ବିହନର ବିଶୁଦ୍ଧତା ବିଶ୍ଳେଷଣ ଯେକୌଣସି ବିହନର ମୂଲ୍ୟାଙ୍କନ କରିବାକୁ ହେଲେ ପ୍ରଥମେ ବିହନର ବିଶୁଦ୍ଧତା ପରୀକ୍ଷା କରାଯାଏ । ବିହନର ଭୌତିକ ବିଶୁଦ୍ଧତା ପରୀକ୍ଷାର ପ୍ରଥମ ପାବଚ୍ଛ ବିହୀନ ନମୁନା ବିଶ୍ଳେଷଣ ଅଛି ଏବଂ ଏହା ସହ ଆଉ କେଉଁସବୁ ପଦାର୍ଥ ମିଶା ହୋଇଛି । ଯଦି କିଛି ପଦାର୍ଥ ଯଥା : - ତୃଣକ ମଞ୍ଜି, ଅନ୍ୟାନ୍ୟ ବିହନ ମଞ୍ଜି, ମାଟି ଗୋଡି ଇତ୍ୟାଦି ମିଶିଥାଏ ତେବେ ସେହି ସବୁ ପଦାର୍ଥକୁ ବିଶୁଦ୍ଧ ବିହନଠାରୁ ଅଲଗା ଅଲଗା କରି ପ୍ରଥମେ ରଖାଯାଏ । ତା’ପରେ ସେହିସବୁ ଅନ୍ୟାନ୍ୟ ପଦାର୍ଥ ଅଲଗା ଅଲଗା ଓଜନ କରାଯାଏ ଏବଂ ବିଶୁଦ୍ଧ ବିହନ ମଧ୍ୟ ଓଜନ କରାଯାଏ । ଏହି ମିଶାମିଶି ପଦାର୍ଥକୁ ଶତକଡା ଉପରେ ପ୍ରକାଶ କରାଯାଏ । କିନ୍ତୁ ସବୁ କ୍ଷେତ୍ରରେ ଏହି ପ୍ରଣାଳୀ ଅବଲମ୍ବନ କରିବା ଦ୍ଵାରା ବିହନର ବିଶୁଦ୍ଧତା ବିଷୟରେ ସଠିକ ଚିତ୍ର ମିଳିନଥାଏ । ବିଶେଷତଃ ଯେଉଁ ବିହନରେ ଅନ୍ୟ କ୍ଷୁଦ୍ର ତୃଣକ ମଞ୍ଜି ମିଶିଯାଇଥାଏ । ସେହି କ୍ଷେତ୍ରରେ ବିଶୁଦ୍ଧତାର ସଠିକ ଚିତ୍ର ପାଇବା ପାଇଁ ଏକ ଗ୍ରାମରେ କେତୋଟି ତୃଣକ ମଞ୍ଜି ରହିଛି ଏବଂ ବିଶୁଦ୍ଧ ବିହନ ରହିଛି ଦେଖିବାକୁ ହେବ । ସେହି ଅନୁସାରେ ଶତକଡା ଭାଗ ବାହାର କରିବାକୁ ହେବ । ତେବେ ଯାଇ ସଠିକ୍ ଚିତ୍ର ମିଳିପାରିବ । ବିହନର ବିଶୁଦ୍ଧତା ପରୀକ୍ଷା କରିବା ପଦ୍ଧତି ନମୁନା ସଂଗ୍ରହ ପରେ ଏହାକୁ ଭାଗ ଭାଗ କରି କେତେଗୁଡିଏ କାର୍ଯ୍ୟକାରୀ ନମୁନା କରାଯାଏ । ପ୍ରତ୍ୟକ ନମୁନାକୁ ଓଜନ କରାଯାଏ । ଏହି ବିହନ ମଞ୍ଜି ଗୋଟିଏ କାଠ କାର୍ଯ୍ୟକାରୀ ବୋର୍ଡରେ ଥିବା ବିଭିନ୍ନ ଖୋପରେ ବିଶୁଦ୍ଧ ବିହନ ଓ ବିହନରେ ଥିବା ଅନ୍ୟାନ୍ୟ ପଦାର୍ଥ ଅଲଗା କରାଯାଇ ରଖାଯାଏ । ଯଥା :- ବିଶୁଦ୍ଧ ବିହନ ମଞ୍ଜି ଅନ୍ୟାନ୍ୟ ମଞ୍ଜି, ତୃଣକ ମଞ୍ଜି ଏବଂ ବାଲି ଗୋଡି ମଇଳା ଇତ୍ୟାଦି । ଏହିଗୁଡିକ ନିମ୍ନରେ ବିଶ୍ଲେଷଣ କରାଯାଏ । ଆକାରରେ ଛୋଟ , କୁଞ୍ଚିତ ଏବଂ ଭଙ୍ଗା ମଞ୍ଜି ଏହିସବୁ ମଞ୍ଜିକୁ ବିଶୁଦ୍ଧ ମଞ୍ଜି ରୂପେ ଧରାଯାଏ । ପ୍ରକୃତ ବିହନ ଆକାରର ୫୦% ଆକାରରୁ କମ୍ ଭଙ୍ଗା ମଞ୍ଜି ଏବଂ କ୍ଷତବିକ୍ଷତ ମଞ୍ଜିକୁ ନିଷ୍କ୍ରିୟକ ପଦାର୍ଥ ଭାବେ ଧରାଯାଏ । ଅନ୍ୟାନ୍ୟ ଫସଲର ମଞ୍ଜିଗୁଡିକ ଅର୍ଥାତ୍ ଯେଉଁ ଫସଲ ଚାଷ କରାଯାଏ । ତାହାର ବିହନ ସମୂହ, ଏହି ଅନ୍ୟାନ୍ୟ ଫସଲ ବିହନ ମଧ୍ୟରୁ ଅପରିପକ୍ଵ ମଞ୍ଜି, କ୍ଷତ ବିକ୍ଷତ ମଞ୍ଜି, ରୋଗଗ୍ରସ୍ତ ମଞ୍ଜି ଏବଂ ପୋଲା ମଞ୍ଜି, ବିଶୁଦ୍ଧ ମଞ୍ଜି ଯେପରି ଅଲଗା ଅଲଗା କରାଯାଏ ସେହିପରି ପଦ୍ଧତି ଦ୍ଵାରା ଅଲଗା କରାଯାଏ । ତୃଣକ ମଞ୍ଜି ଯେଉଁ ମଞ୍ଜିଗୁଡିକ ତୃଣକ ଶ୍ରେଣୀ ଅନ୍ତର୍ଭୁକ୍ତ ବୋଲି ଆଇନ ଅନୁସାରେ ଗୃହୀତ ନିଷ୍କ୍ରିୟ ପଦାର୍ଥ, ଅର୍ଥାତ୍ ମଞ୍ଜି ଭଳିଆ ଆକାରର ବାଲି, ଗୋଡି ତୃଣକ ଓ ଅନ୍ୟାନ୍ୟ ଫସଲର ମଞ୍ଜି ଆକାରରେ ଅଧାରୁ କମ୍ କ୍ଷତବିକ୍ଷତ ଏବଂ ଅପରିପକ୍ଵ କୁଣ୍ଡା, କାଣ୍ଟି ଇତ୍ୟାଦି । ବଲ୍ ବ ଲାଗିଥିବା ଗୋଟିଏ କାର୍ଯ୍ୟକରି ବୋର୍ଡରେ ହେଉ ବା ଗୋଟିଏ ଧଳା କାଗଜ ଫର୍ଦ୍ଦ ଉପରେ ବିହନ ମଞ୍ଜି ବିଛାଇ ଦେଇ ଏହିସବୁ ପଦାର୍ଥକୁ ବିଶୁଦ୍ଧ ମଞ୍ଜିଠାରୁ ଅଲଗା ଅଲଗା କରିଦିଆଯାଏ । ଛୋଟ ଆକାର ବିହନକୁ କୁଟା କାଠି ଇତ୍ୟାଦି ଅଲଗା କରିବାକୁ ହେଲେ ଗୋଟିଏ ଯବ କାଚ 6X ବା 7X ବ୍ୟବହାର କରିବା ଉଚିତ । ବିହନର ବିଭିନ୍ନ ଅଂଶ ଅଲଗା କରି ସାରିବା ପରେ ପ୍ରତ୍ୟକ ପଦାର୍ଥର ଗୋଟିଏ ଏନାଲିଟକଲ, ତରାଜୁରେ ଠିକ ଭାବେ ଓଜନ କରାଯାଏ । ଏହା ୩-୪ ଡେସିମିଲ ପର୍ଯ୍ୟନ୍ତ ଓଜନ ନିଆଯାଏ । ତା’ପରେ ନିମ୍ନ ଚାର୍ଟରେ ଟେବୁଲେସନ କରାଯାଇ ତା’ପରେ ବିହନର କେତେ ବିଶୁଦ୍ଧତା ଅଛି ଶତକଡା ଭାଗ ନିର୍ଣ୍ଣୟ କରାଯାଏ । ଆନ୍ତର୍ଜାତିକ ବିହନ ପରୀକ୍ଷା ସମବାୟ ଅନୁମୋଦିତ ହିସାବ ପ୍ରତ୍ୟକ ପଦାର୍ଥର ଶତକଡା ଭାଗ ବାହାର କରିବା ନିମିତ୍ତ ବିହନରେ ଥିବା ବିଭିନ୍ନ ପଦାର୍ଥଗୁଡିକୁ ଅଲଗା କରି ଓଜନ କରାଯାଏ । ଏହି ଓଜନକୁ ମୋଟ ଓଜନ ଦ୍ଵାରା ଭାଗ କରି ଶତକଡା ଭାଗ ହିସାବ କରାଯାଏ । ଯଥା : - ପ୍ରତ୍ୟକ ଅଂଶ ଶତକଡା ଭାଗ (ଓଜନ) = X 100 ପ୍ରତ୍ୟକ ପଦାର୍ଥର ନାମ ଏବଂ ଶତକଡା ଭାଗ ହିସାବକରି ଲେଖାଯାଏ । ଯାହାର ଶତକଡା ଭାଗ 0.05% ରୁ କମ୍ ଥିବ ତାହାକୁ ଖୁବ୍ କମ୍ ଲେଖି ଦିଆଯାଏ । ଅଂଶ ଓଜନ ଶତକଡା ଭାଗ ବିଶୁଦ୍ଧ ବିହନ ମଞ୍ଜି ଅନ୍ୟାନ୍ୟ ବିହନ ମଞ୍ଜି ତୃଣକ ମଞ୍ଜି ନିଷ୍କ୍ରିୟ ପଦାର୍ଥ ନିମ୍ନ ଟେବୁଲ ଅନୁସାରେ ଯେଉଁ ବିହନର ବିଶୁଦ୍ଧତା ଅତିକମ୍ ରେ ଯାହା ରହିବା କଥା ତାଠାରୁ କମିଗଲେ ଏହାକୁ ବିହନ ରୂପେ ଗଣନା କରାନଯାଇ ଆଗ୍ରାହ୍ୟ କରି ଦିଆଯାଏ । । ଭାରତୀୟ ବିହନ ଆଇନ ୧୯୬୬ ଅନୁସାରେ ଫାଉଁଣ୍ଡେସନ/F , ପ୍ରାମାଣିକ/C , ନାମପତ୍ର/L ଥିବା ବିହନଗୁଡିକର ଅତିକମ୍ ରେ ଓ ଅତି ବେଶି ଶତକଡା ଭାଗ ବିଶୁଦ୍ଧତା ରହିବା ଉଚିତ ନିମ୍ନରେ ଦିଆଗଲା । ଫସଲ ବିଶୁଦ୍ଧ ବିହନ (ଅତି କମରେ) ନିଷ୍କ୍ରିୟ ପଦାର୍ଥ (ଅତି ବେଶି ହେଲେ) ଅନ୍ୟାନ୍ୟ ଫସଲ ମଞ୍ଜି ଅତି ବେଶି ତୃଣକ ମଞ୍ଜି ଅତି ବେଶି ଆପତ୍ତିଜନକ ତୃଣକ ମଞ୍ଜି ଅତି ବେଶିରେ F C L F C F C F C F C କପା 98 98 95 2.0 2.0 5/kg 0.10 5/kg 0.10 - - ଚିନାବାଦାମ 96 96 97 4.0 4.0 - - - - - - ମକାହାଇବ୍ରିଡ - 98 97 - 2.0 - 2.0 - - - - ଧାନ 98 98 98 2.0 2.0 10/kg 0.10 10/kg 0.10 2/kg 5/kg ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ