ବୀଜର ଅଙ୍କୁର କ୍ଷମତା ବୀଜର ଅଙ୍କୁର କ୍ଷମତା – ଗଜା ହେବା ସାମର୍ଥ୍ୟକୁ ବୁଝାଏ । ବିହନର ଅଙ୍କୁର କ୍ଷମତାର ସଜ୍ଞା ହେଉଛି – ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିହନର ଅଙ୍କୁରୋଦ୍ ଗମ ହେବା ସାମର୍ଥ୍ୟ ଶତକଡା କେତେ ଭାଗ । ଭାରତରେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁସାରେ ଅଳ୍ପ ସମୟ ମଧ୍ୟରେ ବହୁତ ବିହନ ସଂଗ୍ରହ କରିବାକୁ ପଡିଥାଏ । ଏପରିକି ଏକ ନିର୍ଦ୍ଧିଷ୍ଟ କିସମର ବିହନ ସଂଗ୍ରହ କରିବା ଉଚିତ କି ନାହିଁ ଦିନାକା ଭିତରେ ନିର୍ଣ୍ଣୟ କରିବାକୁ ହୋଇଥାଏ । ବିହନର ଅଙ୍କୁର କ୍ଷମତା ପରୀକ୍ଷା କରିବାର ଏକମାତ୍ର ବିଶ୍ଵାସଯୋଗ୍ୟ ଉପାୟ ହେଉଛି ବିହନର ଗଜା ହେବା କ୍ଷମତା ପରୀକ୍ଷା କରିବା । କିନ୍ତୁ ଏହି ଉପାୟଟି ସମୟସାପେକ୍ଷ ହେବାରୁ ବୈଜ୍ଞାନିକମାନେ ବିହନ ତ୍ଵରିତ ଗଜାହେବା ପଦ୍ଧତି ଅବଲମ୍ବନ କରି ଜାଣିପାରନ୍ତି ଯେ ଅନୁକୂଳ ବାତାବରଣରେ ବିହନର ଅଙ୍କୁର କ୍ଷମତା କେତେ ରହିଛି । ସେହି ଅନୁସାରେ ବିହନ ସଂଗ୍ରହ କରିବା ପାଇଁ ବୈଜ୍ଞାନିକମାନେ ଅନୁମତି ଦେଇଥାନ୍ତି । ଯେଉଁ ବିହନଗୁଡିକ ବିଳମ୍ବରେ ଗଜାହୁଏ – ସେହି ସବୁ ବିହନ ସଂଗ୍ରହ କରିବା ପାଇଁ ତ୍ଵରିତ ଗଜା ହେବା ପଦ୍ଧତି ଅବଲମ୍ବନ କରି ବିହନର ଅଙ୍କୁର କ୍ଷମତା ଜାଣି ଉକ୍ତ ବିହନ ସଂଗ୍ରହ ଯୋଗ୍ୟ ବା ନୁହେଁ ନିଷ୍ପତ୍ତି କରାଯାଏ । ତ୍ଵରିତ ଗଜାହେବା ପଦ୍ଧତି ମଧ୍ୟରୁ କେତୋଟି ନିମ୍ନରେ ପ୍ରଦତ୍ତ କରାଗଲା । ଶ୍ଵସନ ପରୀକ୍ଷା ଶ୍ଵସନ ସଜୀବତାର ଲକ୍ଷଣ ହୋଇଥିଲେ ହେଁ ଶ୍ଵସନ ପରୀକ୍ଷା ଜଟିଳ ହୋଇଥିବାରୁ ବହୁକ୍ଷେତ୍ରରେ ବିଶ୍ଵାସଯୋଗ୍ୟ ହୋଇ ନଥାଏ । କାରଣ ବିହନ ସୁପ୍ତ ଅବସ୍ଥାରେ ଥିବାରୁ କ୍ଷୀଣ ଶ୍ଵସନ ହେବା ସ୍ଵାଭାବିକ । ବୀଜର ମୃତାବସ୍ଥାରେ ମଧ୍ୟ ତାହା ଉପରେ ଥିବା ଅଣୁଜୀବଗୁଡିକ ହୁଏତ ଶ୍ଵାସ ପ୍ରଶ୍ଵାସର ଲକ୍ଷଣ ଦେଖାଇପାରନ୍ତି । ବିଦ୍ୟୁତ ପରିବାହିତା ପରୀକ୍ଷା ପାତିତ ଜଳରେ ବହନ ମଞ୍ଜିଗୁଡିକୁ ଭିଜାଇ ଦିଆଯାଏ । ତା’ପରେ ଏହି ଦ୍ରବଣର ବିଦ୍ୟୁତ ପରିବାହିତା ପରୀକ୍ଷା କରାଯାଏ । ମୃତ ଟିସୁ ଗୁଡିକର ଶତକଡା ଭାଗ ବୃଦ୍ଧିସହ ବିଦ୍ୟୁତ ପରିବାହିତାର ବୃଦ୍ଧି ପ୍ରାୟ ସମାନୁପାତିକ । ବୀଜର ମୃତାବସ୍ଥାରେ ପାରଗମ୍ୟତା ବୃଦ୍ଧିପାଏ । ଫଳରେ ତା’ଦେହର ସମସ୍ତ ବିପାକୀୟ ପଦାର୍ଥ ଜଳ ଭିତରକୁ ଝରି ଆସେ ଏବଂ ବିଦ୍ୟୁତ ପରିବାହିତା ବୃଦ୍ଧିପାଏ । ଏହାଛଡା – ପୋଟାସିୟମ ପରମାଙ୍ଗାନେଟ ପଦ୍ଧତି ଇଣ୍ଡିଗୋକାରମାଇନ୍ ପଦ୍ଧତି ଭ୍ରୁଣ ପୋଷଣ ପଦ୍ଧତି ଟେଟ୍ରାଜୋଲିୟମ କ୍ଳୋରାଇଡ ପଦ୍ଧତି ବୀଜର ବିଭିନ୍ନ ପଦ୍ଧତି ଦ୍ଵାରା ବିହନର ଗଜା ହେବା ଶକ୍ତିର ତୁରନ୍ତ ପରୀକ୍ଷା କରାଯାଇପାରିବ । ବୀଜର ଅଙ୍କୁର କ୍ଷମତାକୁ ପ୍ରଭାବିତ କରୁଥିବା କେତେକ ଉପାଦାନ – ଭଣ୍ଡାର ଅବସ୍ଥା ବିହନର ଜୀବନକାଳ ଓ ସାଇତିବା ବିଧି । ବୀଜ ପରିପକ୍ଵ ହେବା ବେଳର ପାରିପାର୍ଶ୍ଵିକ ଜଳବାୟୁ ଅବସ୍ଥା । ବୀଜର ଆନୁବଂଶିକ ଗଠନ । ଉପରୋକ୍ତ ଉପାଦାନଗୁଡିକ ମଧ୍ୟରୁ ବିହନ ସାଇତି ରଖିବା ଅବସ୍ଥାରେ ଉପଯୁକ୍ତ ଯତ୍ନ ନେଇ ବୀଜର ଅଙ୍କୁରଣ କ୍ଷମତା ସୁରକ୍ଷିତ ରଖାଯାଇପାରିବ । ବାୟୁମଣ୍ଡଳର ଅତ୍ୟଧିକ ଜଳୀୟବାଷ୍ପ ହିଁ ଏକମାତ୍ର ଉପାଦାନ ଯାହା ବୀଜର ଅଙ୍କୁର କ୍ଷମତାକୁ ନଷ୍ଟ କରିପାରେ । ଏଣୁ ବିହନ ମଞ୍ଜିର ଜଳୀୟ ଅଂସ ଯଦି ନିମ୍ନଲିଖିତ ପ୍ରକାରେ ନିୟନ୍ତ୍ରଣ କରି ସାଇତି ରଖାଯାଏ ତେବେ ବିହନର ଅଙ୍କୁରଣ କ୍ଷମତା ନଷ୍ଟ ନହୋଇ ସୁରକ୍ଷିତ ରହେ । ଜଳୀୟ ଅଂଶ ଶତକଡା ଭାଗ ଫସଲ ସାଧାରଣ ଆଧାର ପାତ୍ର ବାଷ୍ପ ପ୍ରତିରୋଧକ ଆଧାରପାତ୍ର ଗହମ ୧୨ ୮ ଧାନ ୧୨ ୮ ଓଟ୍ ୧୨ ୮ ମକା ୧୨ ୮ ବାଜରା ୧୨ ୮ ଚିନାବାଦାମ ୯ ୫ ବୁଟ ୧୦ ୭ ସୋରିଷ ୮ ୫ କପା ୧୦ ୬ ବରଗୁଡି ୯ - ଟିଓସିପୋ ୧୦ - ଜୁଆର ୧୨ ୮ ବରସିମ୍ ଓ ଲୁସର୍ଣ୍ଣ ୧୦ ୭ ଭଲ ଗଜା ହେଉଥିବା ଏବଂ ହୃଷ୍ଟପୁଷ୍ଟ ଥିବା ବିହନ ସାଇତି ରଖିବା ଅବଧି, ଉତ୍ତାପ ଏବଂ ଜଳୀୟବାଷ୍ପର ସମ୍ବନ୍ଧ । ବିହନର ଜଳୀୟ ଅଂଶ ଶତକଡା ଭାଗ ସାଇତି ରଖିବା ଅବଧି ଧାନ – ୧୧ – ୧୩ ଛ’ ମାସ ଗହମ – ୧୦ – ୧୨ ଏକ ବର୍ଷ ସୋରଘମ୍ – ୯ – ୧୧ ଦୁଇବର୍ଷ କ୍ଷୁଦ୍ରଶସ୍ୟ – ୮ – ୧୦ ଚାରିବର୍ଷ ବିହନର ଜଳୀୟ ଅଂଶ ଊଣା ଅଧିକ ହେବା ଦ୍ଵାରା ବିହନର ଯେଉଁ କ୍ଷତିକାରକ ପରିବର୍ତ୍ତନ ହୁଏ ତାହା ନିମ୍ନ ସାରଣୀରେ ପ୍ରଦତ୍ତ କରାଗଲା । ବିହନର ଜଳୀୟ ଅଂଶ ଶତକଡା ଭାଗ (%) ବିହନର ଅବସ୍ଥା ୪୦ – ୬୦ ଗଜା ହୋଇଯାଇପାରେ । ୧୮ – ୨୦ ଗରମ ହୋଇଯାଇପାରେ । ୧୨ – ୧୪ ମଞ୍ଜି ଭିତର ଓ ବାହାର ଫିମ୍ପି ମାରିଯାଇପାରେ । ୧୨ – ୧୪ ଧୂମକ ପ୍ରୟୋଗ ବିହନର କ୍ଷତି କରିପାରେ । ୮ – ୯ କୀଟମାନେ ସକ୍ରିୟ ହୋଇ ବଂଶ ବିସ୍ତାର କରିପାରନ୍ତି । ୫ – ୧୦ ଭଣ୍ଡାର ମୋହର ଲଗାଇ ମୁହଁ ବନ୍ଦ ରଖିବା ନିରାପଦ ନୁହେଁ । ବିହନରେ ଜଳୀୟ ଅଂଶ ଜାଣିବା ପାଇଁ ଉପାୟମାନ ବିହନରେ ଜଳୀୟ ଅଂଶ କେତେ ଜାଣିବା ପାଇଁ ନିମ୍ନଲିଖିତ ଉପାୟମାନ ଅନୁସରଣ କରାଯାଇପାରେ । ପରମ୍ପରା ଦାନ୍ତ କାମୁଡା ପଦ୍ଧତି ଆର୍ଦ୍ରତା ମାପକାରୀ ବିଦ୍ୟୁତ ଯନ୍ତ୍ର ଇନଫ୍ରା – ରେଡ୍ – ଆର୍ଦ୍ରତା ମାପକାରୀ ଯନ୍ତ୍ର ତୈଳ ନିଃସ୍ରବଣ ପଦ୍ଧତି ଗବେଷଣାଗାର ଉଭେନ୍ ପଦ୍ଧତି କାର୍ଲ ଫିସର ରିଏଣ୍ଟ ପ୍ରଣାଳୀ ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ