ମିଶ୍ରିତ ସାରଗୁଡିକର ବିଶେଷତ୍ଵ ଏଗୁଡ଼ିକର ମୁଖ୍ୟ ଖାଦ୍ୟସାର ଗୁଡିକର ସର୍ବମୋଟ ମାତ୍ରା ଅଧିକ । ଉଦାହରଣ ସ୍ୱରୂପ DAP ରେ ମୋଟ ମୁଖ୍ୟ ଖାଦ୍ୟସାର ମାତ୍ରା 64% । ତେଣୁ ଏଗୁଡ଼ିକୁ ଉଚ୍ଚମାନ ସାର କୁହାଯାଏ । ଏଗୁଡ଼ିକର ଖାଦ୍ୟସାର ପ୍ରତି ପରିବହନ ଖର୍ଚ୍ଚ , ଗୋଦାମରେ ରଖିବା ଖର୍ଚ୍ଚ ଓ ଜମିରେ ପ୍ରୟୋଗ ଖର୍ଚ୍ଚ ଅପେକ୍ଷାକୃତ କମ୍ । ଦୁଇ ବା ତିନୋଟି ମୁଖ୍ୟ ଖାଦ୍ୟସାର ଏକତ୍ର ଥିବାରୁ ମୂଳସାର ଭାବରେ ପ୍ରୟୋଗ ସୁବିଧାଜନକ । ଫସଲର ଆବଶ୍ୟକତା କାର୍ଯ୍ୟକାରିତା ବିଚାର କରି ନିର୍ଦ୍ଧିଷ୍ଟ ଅନୁପାତରେ N-- O ଥିବା ସାର ପ୍ରୟୋଗ କରାଯାଏ । ଏହି ସାରଗୁଡିକ ସମ ଆକୃତି ବିଶିଷ୍ଟ ବର୍ତ୍ତୁଳାକାର ଦାନାଦାର ସାର ହୋଇଥିବାରୁ ସିଆରରେ ପ୍ରୟୋଗ କରିବା ଦ୍ଵାରା ସୁବିଧାଜନକ । ବିଶେଷତଃ ସାର ଓ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ ମଧ୍ୟ ଏହାକୁ ସିଆରରେ ଅଳ୍ପ ଖର୍ଚ୍ଚରେ ପ୍ରୟୋଗ କରିବା ସୁବିଧାଜନକ । ଏହି ସାରଗୁଡିକ ସେତେ ବେଶି ଆର୍ଦ୍ରତାଗ୍ରାହୀ ନୁହଁନ୍ତି । ଦାନାଦାର ସାର ହୋଇଥିବାରୁ ଫସଫରସ୍ ନିବନ୍ଧନ ଯଥେଷ୍ଟ କମ୍ ଓ ସାରର କାର୍ଯ୍ୟକାରିତା ଅଧିକ । ମିଶ୍ରିତ ସାରଗୁଡିକର ଦୋଷ ଅଧିକାଂଶ ମିଶ୍ରିତ ସାରରେ ଗୌଣ ଖାଦ୍ୟସାର ନଥାଏ । ମୂଳସାର ପ୍ରୟୋଗ ପାଇଁ N-- O ଯେଉଁ ଅନୁପାତରେ ଆବଶ୍ୟକ ତାହା ସାରରେ ନଥାଏ । ତେଣୁ କମ୍ ଅନୁପାତରେ ଥିବା ମୁଖ୍ୟ ଖାଦ୍ୟସାର ଯୋଗାଇବା ପାଇଁ ମିଶ୍ରିତ ସାର ସହିତ ସରଲା ସାର ମିଶାଇ ପ୍ରୟୋଗ କରାଯାଏ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ ସାରର ଦାନାଗୁଡିକ ସମଆକୃତି ବିଶିଷ୍ଟ ନୁହଁନ୍ତି । କେତେକ ଅତି କ୍ଷୁଦ୍ର, ଆଉ କେତେକ ବହୁତ ବଡ । ସାର ମିଶ୍ରିତ ନିର୍ଦ୍ଧିଷ୍ଟ ଅଞ୍ଚଳର ବହୁଳ ଭାବରେ ଚାଷ ହେଉଥିବା କୌଣସି ଫସଲରେ ମୂଳସାର ପ୍ରୟୋଗ ପାଇଁ ନିର୍ଦ୍ଧାରିତ ଗ୍ରେଡଥିବା ସାର ମିଶ୍ରଣ ପ୍ରସ୍ତୁତ କରାଯାଇପାରେ । ଉଦାହରଣ ସ୍ୱରୂପ ଚିନାବାଦାମ ସାର 8-16-16 ବା ଧାନସାର 10-20-10 । ସାର ମିଶ୍ରଣରୁ ଏକର ପିଛା 100 କି.ଗ୍ରା. ପ୍ରୟୋଗ କଲେ ଫସଲରେ ମୂଳସାର ଆବଶ୍ୟକତା ପୂରଣ ହେଉ । ଚାଷୀପାଇଁ ଏହା ସୁବିଧାଜନକ । ପ୍ରସ୍ତୁତି ମିଶ୍ରଣର ଗ୍ରେଡ ନିର୍ଦ୍ଧାରଣ ନିର୍ଦ୍ଧିଷ୍ଟ ଫସଲର ସାଧାରଣ ସାର ଅନୁମୋଦନ ଓ ମୂଳସାରରେ ଏକର ପିଛା କେତେ NPK ପ୍ରୟୋଗ କରାଯିବା ଆବଶ୍ୟକ ତାହା ବିଚାର କରି ଗ୍ରେଡ୍ ନିର୍ଦ୍ଧାରଣ କରାଯାଏ । ଉପଯୁକ୍ତ ସାର ନିର୍ବାଚନ କେଉଁ କେଉଁ ସାର ମିଶାଇ ମିଶ୍ରଣଟି ପ୍ରସ୍ତୁତ କରାଯିବ ତାହା ସ୍ଥିର କଲାବେଳେ ନିମ୍ନଲିଖିତ ବିଷୟ ବିଚାରକୁ ନିଆଯାଏ । ମିଶ୍ରଣ ପାଇଁ ନିଆଯାଉଥିବା ସାର ଶସ୍ତା ହୋଇଥିବା ଦରକାର । ତା’ହେଲେ ମିଶ୍ରଣ ମଧ୍ୟ ଅପେକ୍ଷାକୃତ ଶସ୍ତା ହେବ ଏବଂ ଚାଷୀମାନେ ଆଗ୍ରହୀ ହେବେ । ନିର୍ବାଚିତ ସାର ଉକ୍ତ ଅଞ୍ଚଳର ମୃତ୍ତିକାରେ ଏବଂ ଫସଲରେ ସୁଫଳ ଦେଉଥିବ । ସାରଗୁଡିକ ଆର୍ଦ୍ରତାଗ୍ରାହୀ ହୋଇ ନଥିବେ । ନଚେତ୍ ମିଶାଇବା ପରେ ମିଶ୍ରଣ ବିଣ୍ଡା ହୋଇଯିବ ବା ପରସ୍ପର ପ୍ରତିକ୍ରିୟା ଦ୍ଵାରା ଖାଦ୍ୟସାର ଉପାଦାନ ନଷ୍ଟ ହୁଏ ବା ଅଗ୍ରହଣୀୟ ଅବସ୍ଥାରେ ରହେ । ନିର୍ଦ୍ଧାରିତ ଗ୍ରେଡପାଇଁ ସେହିସବୁ ସାରର ଆବଶ୍ୟକ ମୋଟ ପରିମାଣ 100ରୁ କମ୍ ହେଉଥିବ ଏବଂ ଅଳ୍ପ ପରିମାଣର ପୂରକ ଆବଶ୍ୟକ ପଡୁଥିବ । ମିଶ୍ରଣ ପାଇଁ ସାରର ସଙ୍ଗତି ସାର ମିଶ୍ରଣ କରିବା ପୂର୍ବରୁ ସେମାନଙ୍କର ସଙ୍ଗତି ବିଚାର କରାଯାଏ । ଯେଉଁ ସାରଗୁଡିକୁ ମିଶାଇଲେ କୌଣସି ଦୈହିକ ବା ରାସାୟନିକ କୁ-ପ୍ରଭାବ ହୁଏ ନାହିଁ ସେଗୁଡିକୁ ପରସ୍ପରର ସଙ୍ଗତ କୁହାଯାଏ । ନିମ୍ନଲିଖିତ ରୈଖିକ ଚିତ୍ର ସାହାଯ୍ୟରେ ଯେକୌଣସି ଦୁଇଟି ସାରର ସଙ୍ଗତି ଜଣାଯାଏ । ଆମୋନିଅମ୍ ନାଇଟ୍ରେଟ ୟୁରିଆ ଆମୋନିଅମ୍ ସଲଫେଟ୍ କା : ଆ : ନା : (C.A.N.) ଟ୍ରିପଲ ସୁପରଫସଫେଟ୍ ସିଙ୍ଗଲ ସୁପରଫସଫେଟ୍ ଡ଼ି.ଏ.ପି. (D.A.P.) ରକ୍ ଫସଫେଟ୍ ମିଉରିଏଟ୍ ଅଫ୍ ପଟାସ୍ ସଲଫେଟ୍ ଅଫ୍ ପଟାସ୍ ସୂଚନା – ଡାହାଣ ପାଖ କ୍ରମିକ ନମ୍ବର ପାର୍ଶ୍ଵରେ ୧୦ଟି ସାରର ନାମ ଉଲ୍ଲେଖ କରାଯାଇଛି । ଚିତ୍ର ତଳେ ମଧ୍ୟ ଅନୁରୂପ କ୍ରମିକ ନମ୍ବର ଉଲ୍ଲେଖ ଅଛି । ଯେକୌଣସି ଧାଡି ସହିତ ଯେକୌଣସି ସ୍ତମ୍ବର ମିଳନ କଲେ ଯେଉଁ କୋଠରୀ ମିଳିବ ସେଥିରେ ଥିବା ଚିହ୍ନ ସଙ୍ଗତି ସୁଚାଏ । ଉଦାହରଣ - ଧରାଯାଉ ୟୁରିଆ ସାର ଏବଂ ସିଙ୍ଗଲ ସୁପରଫସଫେଟ୍ ସଙ୍ଗତି କି ନୁହେଁ ? ୟୁରିଆ ସାର ୨ ନମ୍ବର ଧାଡିରେ ଉଲ୍ଲେଖ ଅଛି ଓ ସିଙ୍ଗଲ ସୁପର ଫସଫେଟ୍ ୬ କ୍ରମିକ ନମ୍ବରରେ ଅଛି । ତେଣୁ ୨ ନମ୍ବର ଧାଡି ଓ ୬ ନମ୍ବର ସ୍ତମ୍ଭକୁ ମେଳକ କଲେ ଯେଉଁ କୋଠରୀ ମିଳିଲା ସେଥିରେ Ä ଚିହ୍ନ ଅଛି । ଅର୍ଥାତ୍ ଏ ଦୁଇଟି ସାର ସଙ୍ଗତ ନୁହଁନ୍ତି । ସାର ମିଶ୍ରଣ ଉପାଦାନ ନିରୂପଣ ଉଦାହରଣ – ୧ ଚିନାବାଦାମ ସାର ମିଶ୍ରଣ । ୮ – ୧୬ – ୧୬ ପାଇଁ ଉପାଦାନ - ମିଶ୍ରଣ ପାଇଁ ନିର୍ବାଚିତ ସାର । କା : ଆ : ନା : (C.A.N.) ଟ୍ରିପଲ ସୁପରଫସଫେଟ୍ = 46% ମିଉରିଏଟ୍ ଅଫ୍ ପଟାସ୍ = 60% O ପୂରକ = ଜିପସମ୍ ଗୁଣ୍ଡ ପରିମାଣ ହିସାବ – ପ୍ରଥମେ 100 କି.ଗ୍ରା.ମିଶ୍ରଣ ପାଇଁ ବିଭିନ୍ନ ଉପାଦାନର ପରିମାଣ ହିସାବ କରାଯାଏ । ଯଦି ବହୁତ ଜମି ପାଇଁ ଅଧିକ ପରିମାଣର ମିଶ୍ରଣ ପ୍ରସ୍ତୁତ କରାଯିବା ଆବଶ୍ୟକ ତେବେ କେଉଁ ସାର ଓ ପୂରକ କେତେ ଆବଶ୍ୟକ ପଡିବ ତାହା ଗୁଣିକରି ବାହାର କରାଯାଏ । ଉଦାହରଣ – ୨ 500 ଏକର ଧାନ ଫସଲରେ ପ୍ରୟୋଗ ପାଇଁ ସାର ମିଶ୍ରଣ । 10-20-30 ପ୍ରସ୍ତୁତ କରାଯିବ । ଉପାଦାନ ନିରୂପଣ କର । ମିଶ୍ରଣ ପାଇଁ ନିର୍ବାଚିତ ସାର :- ଡି.ଏ.ପି. 18-46-0 ୟୁରିଆ = 46% N ଏମ୍.ଓ.ପି. = 60% O ପୂରକ = ଜିପସମ୍ ଗୁଣ୍ଡ ସାରର ଗ୍ରେଡ୍ 10-20-30 ଅଛି । ମୂଳସାର ହିସାବରେ ଏକର ପିଛା 100 କି.ଗ୍ରା. ପ୍ରୟୋଗ କଲେ ତାହା ଆବଶ୍ୟକ N.P.K ଯୋଗାଇବ । ତେଣୁ 500 ଏକର ଧାନ ଫସଲ ପାଇଁ 100 X 50000 କି.ଗ୍ରା. ବା ଟନ୍ ମିଶ୍ରଣ ପ୍ରସ୍ତୁତ ହେବା ଆବଶ୍ୟକ । ପ୍ରଥମେ 100 କି.ଗ୍ରା. ମିଶ୍ରଣ ପାଇଁ ବିଭିନ୍ନ ଉପାଦାନ ପରିମାଣ ହିସାବ କରି ତାପରେ 50 ଟନ୍ ପାଇଁ ହିସାବ କରାଯିବ । ପ୍ରତି 100 କି.ଗ୍ରା. ମିଶ୍ରଣ ପାଇଁ - ଯେହେତୁ ଫସଫେଟ୍ ଡି.ଏ.ପି. ସୂତ୍ରରୁ ମିଳିବ ଏବଂ ଯବକ୍ଷାର ଉଭୟ ଡି.ଏ.ପି. ଏବଂ ୟୁରିଆ ସୂତ୍ରରୁ ମିଳିବ । ତେଣୁ ପ୍ରଥମେ ଡି.ଏ.ପି.ର ପରିମାଣ ହିସାବ କରାଯିବ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ