ହାଡଗୁଣ୍ଡ ମରୁତ ଜୀବଜନ୍ତୁମାନଙ୍କର ହାଡକୁ ସଂଗ୍ରହ କରାଯାଇ ଗୁଣ୍ଡ କରି ଜମିରେ ପ୍ରୟୋଗ କରାଯାଏ । ହାଡ ଗୁଣ୍ଡ ଦୁଇ ପ୍ରକାର ଯଥା : - ଅସିଦ୍ଧ ହାଡଗୁଣ୍ଡ ଓ ସିଦ୍ଧ ହାଡଗୁଣ୍ଡ । ଅସିଦ୍ଧ ହାଡଗୁଣ୍ଡ ଏଥିରେ ୩% ଯବକ୍ଷାରଜାନ ଏବଂ 20 – 22% ଫସଫେଟ୍ ଥାଏ । ଏଥିରୁ 8% ସାଇଟ୍ରିକ୍ ଅମ୍ଳରେ ଦ୍ରବଣୀୟ । ଏଥିରୁ ସାମାନ୍ୟ ଗନ୍ଧ ବାହାରେ । ସିଦ୍ଧ ହାଡଗୁଣ୍ଡ ହାଡକୁ ସିଝାଇ ସିଦ୍ଧ କରାଯାଏ । ସିଦ୍ଧ ହେବା ଦ୍ଵାରା ହାଡ ଉପରେ ଲାଗିଥିବା ଅଠାଳିଆ ମାଂସ ଓ ତନ୍ତୁ ନଷ୍ଟ ହୋଇଯାଏ । ଏବଂ ହାଡ ନରମା ହୋଇଯାଏ । ଏହାକୁ ଗୁଣ୍ଡ କରିବା ସହଜ ହୁଏ । ଏହାକୁ ଯନ୍ତ୍ରରେ ବା ହାତରେ ବାଡେଇ ଗୁଣ୍ଡ କରାଯାଏ । ଏଥିରେ 1%N ଏବଂ 23 – 25% ଥାଏ । ସାଇଟ୍ରିକ ଅମ୍ଳ ଦ୍ରବଣୀୟ ଫସଫେଟ୍ ପରିମାଣ ଶତକଡା 12 – 16% । ତେଣୁ ଏହାର ଉଦ୍ଭିଦ ଗ୍ରହଣୀୟତା ଅଧିକ । ହାଡ ଗୁଣ୍ଡରେ ଥିବା ଫସଫେଟ୍ ମୃତ୍ତିକାସ୍ଥ ଅମ୍ଳ ଏବଂ ଚେରରୁ ନିର୍ଗତ ଅମ୍ଳ ସହିତ ରାସାୟନିକ ପ୍ରକ୍ରିୟା ଧୀରେ ଧୀରେ ଗ୍ରହଣୀୟ ହୁଏ । ଅସିଦ୍ଧ ହାଡଗୁଣ୍ଡ ବଡ ବଡ ଓ କଠିନ ହୋଇଥିବାରୁ ଗ୍ରହଣୀୟ ଅବସ୍ଥାକୁ ଆସିବା ପାଇଁ ବେଶି ସମୟ ଲାଗେ । ଅମ୍ଳ ମୃତ୍ତିକା ପାଇଁ ହାଡଗୁଣ୍ଡ ଗୋଟିଏ ଅତି ଉତ୍ତମ ଫସଫେଟ୍ ସାର । ଏହାର ପ୍ରଭାବ ଦୀର୍ଘକାଳ ରହେ । ତେଣୁ ଫଳ ବଗିଚାରେ ପ୍ରୟୋଗ ପାଇଁ ଏହା ବିଶେଷ ଉପଯୋଗୀ । ରକ୍ ଫସଫେଟ୍ ଭୂପୃଷ୍ଠର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସ୍ତରୀଭୂତ ଫସଫେଟ୍ ଶୀଳା ରହିଛି । ଏହାକୁ ଖୋଳାଯାଇ ବାହାର କରାଯାଏ ଏବଂ ମେସିନ୍ ସାହାଯ୍ୟରେ 80 ରୁ 100 ଚାଲୁଣିରେ ଚଲାଯାଇ ସେ ଗୁଣ୍ଡ ବ୍ୟବହାର କରାଯାଏ । ଏହାକୁ ୮୦ – ୧୦୦ ଜାଲି ଗୁଣ୍ଡ ଫସଫେଟ୍ ବୋଲି କୁହାଯାଏ । ଏହି ଗୁଣ୍ଡକୁ ସିଧା ସଳଖ ସାର ହିସାବରେ ବ୍ୟବହାର କରାଯାଏ କିମ୍ବା ଏଥିରୁ ଅନ୍ୟାନ୍ୟ ପ୍ରକାର ଫସଫେଟ୍ ସାର ପ୍ରସ୍ତୁତ କରାଯାଏ । ସାଧାରଣତଃ ନିମ୍ନ ମାନର ରକ୍ ଫସଫେଟ୍ କୁ ସିଧାସଳଖ ବ୍ୟବହାର କରାଯାଏ । ଅମ୍ଳ ପ୍ରତିକ୍ରିୟା ଦ୍ଵାରା ଅନ୍ୟାନ୍ୟ ଫସଫେଟ୍ ସାର ପ୍ରସ୍ତୁତି ପାଇଁ ଉଚ୍ଚମାନର ରକ୍ ଫସଫେଟ୍ ଆବଶ୍ୟକ । ଆମ ଦେଶର ଉତ୍ତରପ୍ରଦେଶର ମସୋରି , ରାଜସ୍ଥାନର ଉଦୟପୁରା ପ୍ରଭୃତି ସ୍ଥାନରେ ପର୍ଯ୍ୟାପ୍ତ ଫସଫେଟ୍ ଶୀଳା ଗଚ୍ଛିତ ଅଛି । ଏଗୁଡିକ ମୁଖ୍ୟତଃ ନିମ୍ନମାନର । ଏଥିରେ ୧୮ – ୨୫% ଫସଫେଟ୍ ରହିଛି । ଲୌହ ଓ ଆଲୁମିନିୟମ ଅକସାଇଡ, ଏବଂ କର୍ଦ୍ଦମ ଅପେକ୍ଷାକୃତ ଅଧିକ ରହିଛି । ବଜାରରେ ମିଳୁଥିବା “ମସୋରି ଫସ୍” ଏବଂ “ରାଜଫସ୍” ଉପରୋକ୍ତ ନିମ୍ନମାନର ଫସଫେଟ୍ ଶୀଳାରୁ ପ୍ରସ୍ତୁତ କରାଯାଉଛି । ସୁପର ଫସଫେଟ୍ ଏବଂ ଅନ୍ୟାନ୍ୟ ଫସଫେଟ୍ ସାର ଓ ଫସଫୋରିକ ଅମ୍ଳ ପ୍ରସ୍ତୁତି ପାଇଁ ୩୦ ରୁ ଅଧିକ ଫସଫେଟ୍ ଥିବା ଉଚ୍ଚମାନର ରକ୍ ଫସଫେଟ୍ ବିଦେଶରୁ ଆମଦାନୀ କରାଯାଉଛି । ରକ୍ ଫସଫେଟ୍ ସାରରେ ଫସଫେଟ୍ ଉପାଦାନ ଅପାଟାଇଟ୍ ଭାବରେ ଥାଏ । ଏହାର ରାସାୟନିକ ଫର୍ମୁଲା ତେଣୁ ଫସଫେଟ୍ ଆଦୌ ଜଳରେ ଦ୍ରବଣୀୟ ନୁହେଁ । ସାଇଟ୍ରିକ ଅମ୍ଳ ଦ୍ରବଣୀୟତା ମଧ୍ୟ ବହୁତ କମ୍ । ଅମ୍ଳ ମୃତ୍ତିକା ସହିତ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଏଥିରୁ ଫସଫେଟ୍ ଉଦ୍ଭିଦ ଗ୍ରହଣୀୟ ଡାଇକାଲସିଅମ୍ ଫସଫେଟ୍ ଏବଂ ମନୋକାଲସିଅମ୍ ଫସଫେଟ୍ ରେ ଧୀରେ ଧୀରେ ରୂପାନ୍ତରୀତ ହୁଏ । ତେଣୁ ଏହାର ଗ୍ରହଣୀୟତା ମନ୍ଥର ଏବଂ ସମୟସାପେକ୍ଷ । ରକ୍ ଫସଫେଟ୍ ସାରର ଉପଯୋଗୀତା ଓ ବ୍ୟବହାର ପ୍ରଣାଳୀ ଅମ୍ଳୀ ମୃତ୍ତିକା ପାଇଁ ଏହା ଉପଯୁକ୍ତ । ଏହା ଧୀରେ ଧୀରେ ଗ୍ରହଣୀୟ ହେଉଥିବାରୁ ଏହାର ପ୍ରଭାବ ଦୀର୍ଘ ସ୍ଥାୟୀ । ଯେଉଁ ଫସଲରେ ପ୍ରୟୋଗ କରାଯାଏ ତାର ପରବର୍ତ୍ତୀ ଫସଲଗୁଡିକ ମଧ୍ୟ ଲାଭବାନ୍ ହୁଅନ୍ତି । ଦୀର୍ଘକାଳି ଫସଲ ଯଥା - ଆଖୁ , ଫଳଗଛ ପ୍ରଭୃତି ଲଗାଇବା ସମୟରେ ଏହା ପ୍ରୟୋଗ କରାଯିବା ଲାଭଜନକ । ଶିମ୍ବଜାତୀୟ ଫସଲ ଯଥା – ସୋୟାବିନ୍ , ମୁଗ , ବିରି , ଚିନାବାଦାମ ଫସଲ ଗୁଡିକ ପାଇଁ ଏହା ବିଶେଷ ଫଳପ୍ରଦ । ଏହାର ଗ୍ରହଣୀୟତା ମନ୍ଥର ହୋଇଥିବାରୁ ଫସଲ ଲଗାଇବାର ୩/୪ ସପ୍ତାହ ଆଗରୁ ଜମିରେ ପ୍ରୟୋଗ କଲେ ଏହାର ଗ୍ରହଣୀୟତା ତ୍ୱରାନ୍ୱିତ ହୁଏ । ଖତ ସହିତ ସଢାଇଲେ ବା ଖତ ସହିତ ଫେଣ୍ଟି ଗମକରି ରଖିଲେ କିଛିଦିନ ପରେ ଜମିରେ ପ୍ରୟୋଗ କଲେ ଏହାର ଗ୍ରହଣୀୟତା ତ୍ୱରାନ୍ୱିତ ହୁଏ । ମୃତ୍ତିକା ସାମାନ୍ୟ ଅମ୍ଳୀ ବା ନିରପେକ୍ଷ ହୋଇଥିଲେ କିମ୍ବା ଫସଲ ଲଗାଇବା ସମୟରେ ପ୍ରୟୋଗ କରିବାକୁ ପଡୁଥିଲେ କିମ୍ବା ମୃତ୍ତିକାର ଗ୍ରହଣୀୟ ଫସଫେଟ୍ ପରିମାଣ ଅତିକମ୍ ଥିଲେ , ରକ୍ ଫସଫେଟ୍ ର ଗ୍ରହଣୀୟତା ତ୍ୱରାନ୍ୱିତ କରିବା ପାଇଁ ଏହାକୁ ସୁପରଫସଫେଟ୍ ସହିତ ୩ : ୧ ବା ୧ : ୧ ଅନୁପାତରେ ଫେଣ୍ଟି ଜମିରେ ପ୍ରୟୋଗ କରିବା ବିଧେୟ । ଧାତୁମଳ ମଣ୍ଡଳ ବେସିକ୍ ସ୍ଲାଗ୍ ଲୁହା ବା ଇସ୍ପାତ କାରଖାନାର ଏକ ଉପଜାତ ପଦାର୍ଥ । ଉଚ୍ଚମାନର ଧାତୁ ମଳରେ ୮% ବା ତହିରୁ ଅଧିକ ଫସଫେଟ୍ ଥାଏ । ନିମ୍ନମାନର ସ୍ଲାଗ୍ ରେ ୨ରୁ ୪% ଫସଫେଟ୍ ଥାଏ । ନିମ୍ନମାନର ଧାତୁମଳରେ ଆଂଶିକ ଅମ୍ଳୀକରଣ କରାଯାଇଥିବା ରକ୍ ଫସଫେଟ୍ ସାର ମିଶାଇ ଉଚ୍ଚମାନର ସ୍ଲାଗ୍ ଫସଫେଟ୍ ସାର ମଧ୍ୟ ପ୍ରସ୍ତୁତ କରାଯାଉଛି । ଉଚ୍ଚମାନର ଧାତୁମଳକୁ ଫସଫେଟ୍ ସାର ଭିତରେ ଓ ନିମ୍ନମାନର ବେସିକ୍ ସ୍ଲାଗ୍ କୁ ମୃତ୍ତିକା – ଶୋଧକ ପଦାର୍ଥ ଭାବରେ ବ୍ୟବହାର କରାଯାଏ । ଭୌତିକ ଓ ରାସାୟନିକ ଗୁଣ ଓ ଉପଯୋଗିତା ଏହା କଳାରଙ୍ଗର ଗୁଣ୍ଡ ଏବଂ ଜଳରେ ଆଦୌ ଦ୍ରବୀଭୂତ ନୁହେଁ । ଏଥିରେ ଫସଫରସ୍ ଉପାଦାନ କ୍ୟାଲେସିଅମ ଫସପୋସିଲିକେଟ ଭାବରେ ରହିଛି । ତେଣୁ ଏହାର ଗ୍ରହଣୀୟତା ମନ୍ଥର । ଏଥିରେ ଚୂନଜାତୀୟ ପଦାର୍ଥ ମିଶି ରହିଥିବାରୁ ଅମ୍ଳତା ହ୍ରାସକରେ ଏବଂ ମୃତ୍ତିକାରେ କ୍ୟାଲେସିୟମ ଅଭାବ ଦୂର କରିପାରେ । ଏଥିରେ ଥିବା ସିଲିକେଟ ଆୟନା ଫସଫରସ୍ ଗ୍ରହଣୀୟ ହେବା ପାଇଁ ସହାୟତା କରେ । ଏଥିରେ ଥିବା ସିଲିକା ଧାନ , ଆଖୁ , ମାଣ୍ଡିଆ ପ୍ରଭୃତି ଫସଲର କାଣ୍ଡ ଓ ପତ୍ରକୁ ଦୃଢତା ପ୍ରଦାନ କରେ ଏବଂ ଅମଳ ବୃଦ୍ଧିକରେ । ଏଥିରେ ମୁକ୍ତ ଥିବାରୁ ଆଳୁ ଫସଲରେ ପ୍ରୟୋଗ ନିଷେଧ । ନିମ୍ନମାନର ସ୍ଲାଗ୍ ଗୁଣ୍ଡକୁ ଶୋଧକ ପଦାର୍ଥ ଭାବରେ ପ୍ରୟୋଗ କଲେ ଫସଲରେ ସ୍ଵତନ୍ତ୍ର ଭାବରେ ଫସଫେଟ୍ ସାରା ପ୍ରୟୋଗର ଆବଶ୍ୟକତା ରହେ ନାହିଁ । ଏହାକୁ ଫସଲ ଲଗାଇବାର ୩/୪ ସପ୍ତାହ ଆଗରୁ ପ୍ରୟୋଗ କରାଯିବା ବିଧେୟ । ସିଙ୍ଗିଲ ସୁପର ଫସଫେଟ୍ ଏହାକୁ ସାଧାରଣତଃ ସୁପର ସାର କୁହାଯାଏ । ରକ୍ ଫସଫେଟ୍ ଗୁଣ୍ଡ ସହିତ ୭୦% ଗନ୍ଧକାମ୍ଳର ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଏହି ସାର ପ୍ରସ୍ତୁତ କରାଯାଏ । ଭୌତିକ ଓ ରାସାୟନିକ ଗୁଣ ଓ ପ୍ରତିଯୋଗିତା ଏହା ଇଷତ୍ ହଳଦିଆ ବା ପାଉଁଶିଆ ରଙ୍ଗର ଗୁଣ୍ଡସାର ଅନେକ ସମୟରେ ମୁକ୍ତ ଅମ୍ଳ ରହିଯାଇଥିବାରୁ ସାମାନ୍ୟ ଓଦାଳିଆ ଥାଏ । ଏହି ସାରର ରାସାୟନିକ ଫର୍ମୁଲା Ca X CaO । ଏଥିରେ 16% , 21% Ca ଏବଂ 12% S ଅଛି । ଏଥିରେ ଥିବା ଫସଫରସ୍ ଉପାଦାନ ମୁଖ୍ୟତଃ ଜଳ ଦ୍ରବଣୀୟ ଭାବରେ ଥାଏ ଏବଂ ଅତି ଅଳ୍ପଭାଗ ଭାବରେ ଥାଏ । ଅଧିକ ଅମ୍ଳୀ ମାଟି ପାଇଁ ସାର ଉପଯୁକ୍ତ ନୁହେଁ । କାରଣ ଫସଫରସ୍ ଉପାଦାନ ଲୌହ ଓ ଆଲୁମିନିୟମ ସହିତ ବାନ୍ଧିହୋଇ ରହେ ଓ ଗ୍ରହଣୀୟତା କମିଯାଏ । ତେଣୁ ଅମ୍ଳୀ ମୃତ୍ତିକାରେ ଏହାର କାର୍ଯ୍ୟକାରିତା ବୃଦ୍ଧିପାଇଁ ପ୍ରଥମେ ଚୂନ ପ୍ରୟୋଗ କରି ମୃତ୍ତିକା ଶୋଧନ କରାଯିବା ଆବଶ୍ୟକ । ମଞ୍ଜି ବୁଣିବା ସମୟରେ ବା ଚାରା ରୋପଣ ସମୟରେ ସୁପରଫସଫେଟ୍ ସାରକୁ ସିଆର ବା ମନ୍ଦା ମଧ୍ୟରେ ସ୍ଥାନୀକରଣ ପ୍ରଣାଳୀରେ ପ୍ରୟୋଗ କଲେ ଏହାର କାର୍ଯ୍ୟକାରିତା ବୃଦ୍ଧିପାଏ । ଜୈବିକ ଖତ ସହିତ ଫେଣ୍ଟି କିଛିଦିନ ପାଗ କରିବା ପରେ ପ୍ରୟୋଗ କଲେ ମଧ୍ୟ କାର୍ଯ୍ୟକାରିତା ବୃଦ୍ଧିପାଏ । ଚିନାବାଦାମ, ମୂଳା, ସୋରିଷ, ସୋୟାବିନ, କୋବି ପ୍ରଭୃତି ଫସଲର ଗନ୍ଧକ ଚାହିଦା ଅଧିକ ଥିବାରୁ ଏହିସବୁ ଫସଲ ପାଇଁ ଏହା ବିଶେଷ ଉପଯୋଗୀ । କ୍ଷାରୀ ମାଟିରେ ଏହା ହ୍ରାସ କରେ ଏବଂ ଫସଲକୁ ଫସଫରସ୍ ସହ୍ୟ କ୍ୟାଲସିୟମ ଓ ଗନ୍ଧକ ମଧ୍ୟ ଯୋଗାଏ । ଟ୍ରିପଲ ସୁପରଫସଫେଟ୍ ରକ୍ ଫସଫେଟ୍ ଗୁଣ୍ଡ ସହିତ ଫସଫୋରିକ୍ ଅମ୍ଳର ପ୍ରତିକ୍ରିୟା କରାଇ ଏହି ସାର ପ୍ରସ୍ତୁତ କରାଯାଏ । ପୂରକ ମିଶାଯାଇ ଦାନାଦାର ସାର ଭାବରେ ପ୍ରସ୍ତୁତ କରାଯାଏ । ଏହା ‘ତ୍ରିବେଣୀ’ ନାମରେ ଖ୍ୟାତ । ଭୌତିକ ଓ ରାସାୟନିକ ଗୁଣ ବା ଉପଯୋଗିତା । ଏହା ପାଉଁଶ ରଙ୍ଗର ଦାନାଦାର ସାର । ଏଥିରେ ଫସଫରସ୍ ଉପାଦାନ ମୁଖ୍ୟତଃ Ca ()2 ଭାବରେ ଥାଏ । ମୋଟ୍ 46% ର ଶତକଡା 95 ଭାଗ ଜଳ ଦ୍ରବଣୀୟ । ଏହି ସାରର କାର୍ଯ୍ୟକାରିତା ସିଙ୍ଗଲ ସୁପରଫସଫେଟ୍ ସହିତ ତୁଳନୀୟ । କିନ୍ତୁ ଏଥିରେ ଗନ୍ଧକ ଉପାଦାନର ମାତ୍ରା ନଗଣ୍ୟ । ଏହା ଦାନାଦାର ସାର ହୋଇଥିବାରୁ ପ୍ରୟୋଗ ସମୟରେ ପବନରେ ଉଡିଯାଏ ନାହିଁ ଏବଂ ଅମ୍ଳୀ ମାଟିରେ ସିଙ୍ଗଲ ସୁପରଫସଫେଟ୍ ତୁଳନାରେ ଅଧିକ କାର୍ଯ୍ୟକାରୀ ହୋଇଥାଏ । ପୋଟାସ୍ ଜାତୀୟ ଦ୍ରବ୍ୟ ମିଉରିଏଟ୍ ଅଫ୍ ପଟାସ୍ ଭୂମି ଆଭ୍ୟନ୍ତରୀଣ ସ୍ତରୀଭୂତ ଶୀଳା ଆକାରରେ ଥିବା ସିଲଭାଇଟ , ସିଲଭିନାଇଟ ଏବଂ କାର୍ନାଲାଇଟ ପ୍ରଭୃତି ପଟାସ ଖଣିଜ ଲବଣକୁ କାଟି ଖଣିରୁ ବାହାର କରାଯାଏ । ଏହାକୁ ଗୁଣ୍ଡକରି ଓ ଶୁଦ୍ଧକରି ମିଉରିଏଟ୍ ପଟାସ୍ ସାର ପ୍ରସ୍ତୁତ କରାଯାଏ । ଆମ ଦେଶରେ ପଟାସ୍ ଖଣି ନଥିବାରୁ ସବୁତକ ପଟାସ୍ ସାର ବିଶେଷରୁ ଆମଦାନୀ କରାଯାଉଛି ।ଏହାର ରାସାୟନିକ ଫର୍ମୁଲା KCi . ଭୌତିକ ଓ ରାସାୟନିକ ଗୁଣ ବା ଉପଯୋଗିତା ଏହା ସରୁଦାନା ଚିନି ଭଳି । ସମୟେ ସମୟେ ଏଥିସହିତ ଗୋଲାପି ବା ଅଭିର ରଙ୍ଗର ପଦାର୍ଥ ମିଶାଇ ଦିଆଯାଇଥାଏ । ଏହା ଆର୍ଦ୍ରତା ଗ୍ରାହୀ ନୁହେଁ କିମ୍ବା ଟେଳା ବାନ୍ଧେ ନାହିଁ । ଏଥିରେ ଥିବା ପୋଟାସ୍ ଯୌଗିକର ଫର୍ମୁଲା – KCI । ଏଥିରେ 58- 60% ପୋଟାସ୍ (O) ଥାଏ । ଏହା ସମ୍ପୂର୍ଣ୍ଣ ଜଳ ଦ୍ରବଣୀୟ । ଯେ କୌଣସି ଫସଲରେ ଏହି ପୋଟାସ୍ ସାର ପ୍ରୟୋଗ କରାଯାଇପାରେ । କିନ୍ତୁ ଧୂଆଁପତ୍ର, ଚା, କଫି ଗଛରେ ଏକକାଳୀନ ବେଶି ପରିମାଣରେ ପ୍ରୟୋଗ କଲେ ସ୍ଵାଦ ଓ ଗୁଣକୁ ନଷ୍ଟକରେ । ପୋଟାସିୟମ ସଲଫେଟ୍ ଏହି ସାର ଇଷତ୍ ହଲଦିଆ ରଙ୍ଗର ସ୍ପଟିକାକାର ଦାନାଯୁକ୍ତ ସାର । ଏହା ସମ୍ପୂର୍ଣ୍ଣ ଜଳ ଦ୍ରବଣୀୟ । ଆର୍ଦ୍ରତା ଗ୍ରାହୀ ନୁହେଁ । ଏହାର ଫର୍ମୁଲା । ଏଥିରେ 48 – 50% ପୋଟାସ୍ ଏବଂ 17% ଗନ୍ଧକ ଅଛି । ଧୂଆଁପତ୍ର, ଚା ଓ କଫି ଫସଲ ପାଇଁ ଏହା ସ୍ଵତନ୍ତ୍ର ଭାବରେ ଆମଦାନୀ କରାଯାଉଛି । କାରଣ ମିଉରିଏଟ୍ ପୋଟାସ୍ ତୁଳନାରେ ଏହାର ଦାମ୍ ବହୁତ ଅଧିକ । ପୋଟାସିୟମ ସୋଏନାଇଟ୍ ସମୁଦ୍ର ଲୁଣିପାଣିରୁ ମିଳୁଥିବା ମିଶ୍ରିତ ଲବଣରୁ ସାଧାରଣ ଲବଣ ଅଲଗା କରିନେଇ ଅବଶିଷ୍ଟ ଲବଣରୁ ଏହି ସାର ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି । ଏଥିରେ 23% O , 10% Mg ଏବଂ 14% S ଅଛି । ଏହାର ରାସାୟନିକ ଫର୍ମୁଲା ( Mg) O । ଏହା ପୋଟାସିୟମ ଓ ମ୍ୟାଗ୍ନେସିୟମ ଡବଲ ସଲଫେଟ୍ ଅଟେ । ଯୌଗିକ ଓ ମିଶ୍ରିତ ସାର ଯେଉଁ ସାରଗୁଡିକ ଫସଲକୁ ଏକାଧିକ ମୁଖ୍ୟ ଖାଦ୍ୟସାର ଯୋଗାଇଥାଏ ସେଗୁଡିକୁ ଏହି ଶ୍ରେଣୀଭୁକ୍ତ କରାଯାଇଛି । କେଉଁ ମିଶ୍ରିତ ସାରରେ କେଉଁ କେଉଁ ମୁଖ୍ୟ ଖାଦ୍ୟସାର ଅଛି ତାହା ବସ୍ତା ଉପରେ ଉଲ୍ଲେଖ ଥିବା ସାରର ମାନ ରୁ ଜଣାଯାଏ । ତଳେ କେତେକ ମିଶ୍ରିତ ସାର ବିଷୟରେ ବିବରଣୀ ଦିଆଯାଉଛି । ଡାଇଆମୋନିଅମ୍ ଫସଫେଟ୍ DAP 18-46 ତରଳ ଆମୋନିଆ ଗ୍ୟାସ୍ ସହିତ ଫସଫୋରିକ୍ ଅମ୍ଳର ରାସାୟନିକ ସଂଯୋଗ ଦ୍ଵାରା ଏହି ସାର ପ୍ରସ୍ତୁତ କରାଯାଉଛି । ଆମ ରାଜ୍ୟର ପାରାଦ୍ଵୀପ ଫସଫରସ୍ ଲିମିଟେଡ୍ ସାର କାରଖାନାରେ ଏହି ସାର ତିଆରି କରାଯାଉଛି । ଏହାର ମାନକୁ 18-46 କରିବା ପାଇଁ କିଛି ୟୁରିଆ ଏବଂ ପୂରକ ମିଶାଯାଇ ଗୋଲାକାର ଦାନାଦାର DAP ତିଆରି କରାଯାଏ । ଭୌତିକ ଓ ରାସାୟନିକ ଗୁଣ ଓ ଉପଯୋଗିତା ଏହା ଧୂସର ବା ପାଉଁଶିଆ ରଙ୍ଗର ଦାନାଦାର ସାର । ଏଥିରେ ଥିବା ଯୌଗିକ ଉପାଦାନ ଜଳରେ ଦ୍ରବଣୀୟ । ଏହି ସାର ସାମାନ୍ୟ ଆର୍ଦ୍ରତା ଗ୍ରାହୀ ଏବଂ ଗୋଦାମରେ ସାର ବସ୍ତା ବେଶିଦିନ ଥାକ ମରାହୋଇ ରହିଲେ ବିଣ୍ଡା ବାନ୍ଧେ । ଏହି ସାରରେ ମୁଖ୍ୟତଃ (NH4)2H2O4 ଥାଏ ଏବଂ ଅଳ୍ପ ୟୁରିଆ (NH2-CO-NH2) ମିଶିଥାଏ । 18% ଯବକ୍ଷାରଜାନରୁ ଅଧିକାଂଶ ଆମୋନିଅମ୍ ଏବଂ ଖୁବ୍ ଅଳ୍ପ ଭାଗ ଆମାଇଡ୍ (- N ) ଭାବରେ ଥାଏ । 46% ର 95% ଜଳ ଦ୍ରବଣୀୟ ଏବଂ ଅବଶିଷ୍ଟ ସାଇଟ୍ରେଟ ଦ୍ରବଣୀୟ । ଏହା ଅମ୍ଳାକ୍ତ ସାର । ଧାନ, ଗହମ, ମକା, ଆଳୁ ପ୍ରଭୃତି ସବୁ ପ୍ରକାର ଫସଲରେ ଏହାକୁ ମୂଳସାର ଭାବରେ ପ୍ରୟୋଗ କରାଯାଏ । ଆମୋଫସ୍ ଆମୋନିଅମ୍ ଫସଫେଟ୍ ଏବଂ ଆମୋନିଅମ୍ ସଲଫେଟ୍ ସାରର ସଂଯୋଗ କରାଇ ସେଥିରେ ପୂରକ ମିଶାଯାଇ ଗୋଲାକାର ଦାନାଦାର ଆମୋଫସ୍ ସାର ପ୍ରସ୍ତୁତ କରାଯାଏ । ଭୌତିକ ଓ ରାସାୟନିକ ଗୁଣ ବା ଉପଯୋଗିତା ଏହା ସାମାନ୍ୟ ଧୂସର ରଙ୍ଗ ବିଶିଷ୍ଟ ଦାନାଦାର ସାର । ଏଥିରେ ଥିବା ଯୌଗିକ ଜଳ ଦ୍ରବଣୀୟ । ଏହି ସାର ଆର୍ଦ୍ରତାଗ୍ରାହୀ ନୁହେଁ କିମ୍ବା ବସ୍ତା ମଧ୍ୟରେ ସହଜେ ବିଣ୍ଡା ବାନ୍ଧେ ନାହିଁ । ଏହି ସାରରେ ଥିବା 16 ବା 20% ଯବକ୍ଷାରଜାନ ଆମୋନିଆ ଭାବରେ ଥାଏ । 20% ଫସଫେଟ୍ 95% ଜଳ ଦ୍ରବଣୀୟ ଓ ଅବଶିଷ୍ଟ ସାଇଟ୍ରେଟ୍ ଦ୍ରବଣୀୟ । ଏହା ଗୋଟିଏ ଅମ୍ଳାକ୍ତ ସାର । ଏହି ସାରରେ 10-12% ଗନ୍ଧକ ଥାଏ । ଯବକ୍ଷାରଜାନ ଆମୋନିଅମ୍ ଭାବରେ ଥିବାରୁ ଧାନ ଫସଲ ପାଇଁ ଏହା ଗୋଟିଏ ଅତି ଉତ୍ତମ ସାର । ଆଳୁ, ଆଖୁ, ଗହମ, ମକା ପ୍ରଭୃତି ଅନ୍ୟାନ୍ୟ ଫସଲରେ ମଧ୍ୟ ଏହାର କାର୍ଯ୍ୟକାରିତା ଭଲ । ଅଧିକ ଗନ୍ଧକ ଚାହିଦା ଥିବା ସୋରିଷ , ମୂଳା, କୋବି ପ୍ରଭୃତି ଫସଲରେ ମୂଳସାର ଭାବରେ ପ୍ରୟୋଗ କଲେ ଅଧିକ ସୁଫଳ ମିଳେ । ଅମ୍ଳୀୟ ମାଟିରେ ଏହା ଅମ୍ଳତା ବୃଦ୍ଧି କରେ କିନ୍ତୁ କ୍ଷାରୀ ମାଟିରେ ପ୍ରୟୋଗ କ୍ଷାରିତ୍ଵ ୟୁରିଆ - ଆମୋନିଅମ୍- ଫସଫେଟ୍ ମିଶ୍ରିତ ସାର ମୁଖ୍ୟତଃ DAP ସାର ଓ ୟୁରିଆ ସାରର ସଂଯୋଗ କରାଯାଇ ଏହି ସାର ପ୍ରସ୍ତୁତ କରାଯାଏ । ସ୍ଥଳ ବିଶେଷରେ ମିଉରିଏଟ୍ ଅଫ୍ ପଟାସ୍ ସାର ମିଶାଇ ୩ଟି ମୁଖ୍ୟ ଖାଦ୍ୟସାର ଥିବା ସାର ପ୍ରସ୍ତୁତ କରାଯାଏ । ଶେଷରେ ପୂରକ ମିଶାଇ ଏହାକୁ ଗୋଲାକାର ଦାନାଦାର ସାର ଭାବରେ ତିଆରି କରାଯାଏ । ବିଭିନ୍ନ ସାର କମ୍ପାନୀ ତରଫରୁ ପ୍ରସ୍ତୁତ କରାଯାଉଥିବା ଏହି ପ୍ରକାର ମିଶ୍ରିତ ସାରଗୁଡିକର ତାଲିକା ଦିଆଗଲା । ସାରର ନାମ ମାନ ପ୍ରସ୍ତୁତକାରୀ କମ୍ପାନୀ ୧. ଗ୍ରୋମର 28-28 , 14-35-14 କରମଣ୍ଡଳ ଫର୍ଟିଲାଇଜର୍ସ ,ଆନ୍ଧ୍ରପ୍ରଦେଶ ବିଜୟ 24-24 , 14-28-14 , 17-17-17 ମାନ୍ଦ୍ରାଜ ଫର୍ଟିଲାଇଜର୍ସ , ତାମିଲନାଡୁ ଇଫ୍ କୋ 10-26-26 , 12-32-16 IFFCO କମ୍ପାନୀ, ଗୁଜୁରାଟ ଫାକ୍ ଟ 28-28 FACT କମ୍ପାନୀ କେରଳ ଶ୍ୟାମଳା 15-15-15 ଓଡିଶାର APEX ଅନୁଷ୍ଠାନ ଦ୍ଵାରା ବରଗଡ କାରଖାନାରେ ପ୍ରସ୍ତୁତ ଏହି ସାରଗୁଡିକ ଇଷତ୍ ଧୂସରିଆ ଦାନାଦାର ସାର । ଶ୍ୟାମଳା ସାରରେ ଡୋଲମାଇଟ ଚୂନପଥର ଗୁଣ୍ଡା ପୂରକ ବ୍ୟବହାର କରାଯାଉଛି । ଏହାର ଦାନାର ଆକାର ସାମାନ୍ୟ ବଡ ଏବଂ ରଙ୍ଗ ଗାଢ ବାଦାମୀ ବା ଗାଢ ଧୂସର । ଏହି ସାର ଗୁଡିକରେ ଯବକ୍ଷାରଜାନ ମୁଖ୍ୟତଃ ଆମୋନିଅମ୍ ଭାବରେ ଏବଂ ଅଳ୍ପ ଭାଗ ଭାବରେ ଥାଏ । ଫସଫେଟ୍ର ମୁଖ୍ୟତଃ ଜଳ ଦ୍ରବଣୀୟ ଭାବରେ ଥାଏ । ତେଣୁ ଫସଲକୁ ସୁଲଭ୍ୟ ହୁଏ । ଧାନ ଫସଲ ପାଇଁ ଏହି ମିଶ୍ରିତ ସାର ବିଶେଷ ଉପଯୋଗୀ । ଅନ୍ୟାନ୍ୟ ସବୁ ପ୍ରକାର ଫସଲରେ ଏହି ସାରଗୁଡିକୁ ମୂଳସାର ଭାବରେ ପ୍ରୟୋଗ କରାଯାଇପାରିବ । ଶ୍ୟାମଳା ସାରରେ ଚୂନ ମିଶିଥିବାରୁ ଏହା ମୃତ୍ତିକାକୁ ଅଧିକ ଅମ୍ଳ କରାଏ ନାହିଁ । ଆମୋନିଅମ୍ ନାଇଟ୍ରୋଫସଫେଟ୍ ହିନ୍ଦୁସ୍ଥାନ ଫର୍ଟିଲାଇଜର୍ସ ନିଗମର ଟ୍ରମ୍ବେ ସାର କାରଖାନାରେ ଏହି ସାର ପ୍ରସ୍ତୁତ କରାଯାଉଛି । ରକ୍ ଫସଫେଟ୍ ଗୁଣ୍ଡ ସହିତ ନାଇଟ୍ରିକ୍ ଅମ୍ଳ ଏବଂ ଆମୋନିଆର ରାସାୟନିକ ସଂଯୋଗ କରାଇ ଏଥିସହିତ ପୂରକ ମିଶାଇ ଦାନାଦାର ସାର ପ୍ରସ୍ତୁତ କରାଯାଏ । ଏହି ସାରର ବ୍ୟବସାୟିକ ନାମ ‘ ସୁଫଳା ’ ଏବଂ ୩ଟି ଗ୍ରେଡରେ ସୁଫଳା ପ୍ରସ୍ତୁତ କରାଯାଉଛି । ଯଥା : ସୁଫଳା (ପାଉଁଶିଆ) = ୨୦-୨୦ ସୁଫଳା (ଗୋଲାପି) = ୧୫-୧୫-୧୫ ସୁଫଳା (ହଳଦିଆ) = ୧୮-୧୮-୯ ଏହି ମିଶ୍ରିତ ସାରରେ ଯବକ୍ଷାରର ୫୩% -N ଏବଂ 47% -N ଭାବରେ ଥାଏ । ତେଣୁ ଠିଆ ପାଣି ରଖାଯାଇ ଧାନଚାଷ ହେଉଥିବା ଜମିରେ ଏହାର କାର୍ଯ୍ୟକାରିତା କମ୍ । ଏଥିରେ ଥିବା ଫସଫେଟ୍ ର 30% ଜଳ ଦ୍ରବଣୀୟ ଏବଂ ଅବଶିଷ୍ଟ 70% ସାଇଟ୍ରିକ୍ ଅମ୍ଳ ଦ୍ରବଣୀୟ । ତେଣୁ ଅମ୍ଳୀୟ ଓ ନିରପେକ୍ଷ ମୃତ୍ତିକାରେ ଏହି ଫସଫେଟ୍ ର ଗ୍ରହଣୀୟତା ଅଧିକ । ମକା, ଗହମ, ଆଖୁ, ଆଳୁ, କପା, ବାଦାମ, ସୋରିଷ ପ୍ରଭୃତି ସବୁ ପ୍ରକାର ଫସଲରେ ଏହା ପ୍ରୟୋଗ କରାଯାଇପାରେ । ଏହି ସାରରେ 10-15% କ୍ୟାଲେସିୟମ ଅଛି । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ