ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ଉପର ସ୍ତରର ଅଥବା ମଧ୍ୟମ ସ୍ତରରେ ରହୁଥିବା ଜିଆ ମାନଙ୍କୁ ବ୍ୟବହାର କରି ଯେଉଁ ଖତ ତିଆରି ହୁଏ ତାକୁ ଜିଆ ଖତ ବା ଭର୍ମି କମ୍ପୋଷ୍ଟ କୁହାଯାଏ । ଦୁଇଟି ପଦ୍ଧତିରେ ଜିଆ ଖତ ତିଆରି କରାଯାଏ । କୁଣ୍ଡ ପଦ୍ଧତି । ଶଯ୍ୟା ପଦ୍ଧତି । କୁଣ୍ଡ ପଦ୍ଧତି:- ୨୦ ୦ ୦ ଜିଆଙ୍କ ଜମିର ଏକ ଘନ ମିଟର ଅର୍ଥାତ ୧ ମିଟର ଲମ୍ବ, ୧ ମିଟର ଚଉଡା, ଓ ୧ ମିଟର ଗଭୀର ଏକ କୁଣ୍ଡ ଦରକାର। ଇଟାରେ ଏଭଳି କୁଣ୍ଡ ତିଆରି କରିପାରିଲେ ଖୁବ ଭଲ । ୨ -୩ ଟି କୂଅ ବ୍ୟବହାର କରି ଏଭଳି କୁଣ୍ଡ କରାଯାଇପାରିବ । ଭିତର ପଟଟି ଢାଲୁ ହୋଇ ଗୋଟିଏ କଣା ଥିବା ଦରକାର। ଏହାଦ୍ଵାରା ଖତ ଗଦାରୁ ଅଧିକ ପାଣି ସହଜରେ ବାହାରି ଯାଇପାରିବ। ଖରା ଓ ବର୍ଷା ପାଣି ନପଡିବା ପାଇଁ କୁଣ୍ଡ ଉପରେ ନଡା ପକାଇ ରଖିବା ଜରୁରୀ। କୁଣ୍ଡ ତଳ ଉପରେ ନଡିଆ କତା କିମ୍ବା ଅଗାଡି କିମ୍ବା ଶୁଖିଲା କଦଳୀ ପତ୍ର ଯାହା ସହଜରେ ପଡିବ ନାହିଁ ତାକୁ ରଖନ୍ତୁ। ଏହି ପରି ପଦାର୍ଥ କୁଣ୍ଡରୁ ପାଣି ସହଜରେ ବାହାରି ଯିବାରେ ସାହାଯ୍ୟ କରିବ। ଏସବୁ ବଦଳରେ ପ୍ରଥମେ ୧-୨ ଇଞ୍ଚ ବହଳର ଗୋଡି ଏବଂ ତା ଉପରେ ୨ ରୁ ୩ ଇଞ୍ଚ ନଈ ବାଲି ଓ ମାଟି ସ୍ତର କରି ଦେଲେ ମଧ୍ୟ ଚଳିବ । ଏହା ଉପରେ ୩ ଇଞ୍ଚର ପୁରୁଣା ଖତ ରଖିବା ଦରକାର। ପୁରୁଣା ଖତ ନ ମିଳିଲେ ତା ବଦଳରେ ଶୁଖିଲା ଗୋବର ଗୁଣ୍ଡ, ଗୋବର ଗ୍ୟାସ ପ୍ଳାଣ୍ଟରୁ ବାହାରିଥିବା ସ୍ତର ଏପରିକି ଜିଆ କମ୍ପୋଷ୍ଟ ମଧ୍ୟ ବ୍ୟବହାର କରାଯାଇପାରିବ। ଏସବୁ ସ୍ତର କୁ ଜିଆର ସେଜ ବୋଲି କୁହାଯାଏ। ଉପରକୁ ଅଧିକ ଗରମ ବା ଥଣ୍ଡା ହେଲେ ଜିଆ ମାନେ ଏହିଠାରେ ସୁରକ୍ଷିତ ରହନ୍ତି। ଦ୍ଵିତୀୟ ସ୍ତର:- ଏହି ସ୍ତରଟି ମଧ୍ୟ ଆଗ ଭଳି ଜିଅନ୍ତା କେଞ୍ଚୁଆ ସ୍ତର । ଜିଆ ସେଜକୁ ଓଦା କରି ତା ଉପରେ ଏଗୁଡିକ ଛାଡି ଦିଆଯାଏ। କିଛି ସମୟ ଅପେକ୍ଷା କଲେ ସେଗୁଡିକ ଭିତରକୁ ଚାଲିଯିବ । ଯେଉଁ ଗୁଡିକ ଯିବେ ନାହିଁ ସେ ଗୁଡ଼ିକ ରୋଗିଣା ଅଥବା ମରି ଯାଇଥିବେ । ସେଗୁଡିକ ବାହାର କରିଦେବା ଉଚିତ । ତୃତୀୟ ସ୍ତର :- ଗୋବର ସହ ଅଧା ସଢା ବିଲ ଅଳିଆ ମିଶାଇ ରଖନ୍ତୁ । ଚତୁର୍ଥ ସ୍ତର:- ତୃତୀୟ ସ୍ତରଟି ଦ୍ଵିତୀୟ ସ୍ତର ସହ ଭଲ ଭାବରେ ମିଶିଯିବା ପରେ ତା ଉପରେ ଚତୁର୍ଥ ସ୍ତର ବା ଖାଦ୍ୟ ସ୍ତରତି ରଖନ୍ତୁ। ନିରୋଳା କିମ୍ବା ବିଭିନ୍ନ ପଶୁ ପକ୍ଷୀଙ୍କ ମଳର ଗୁଣ୍ଡ ସହ ଅଧା ସଢା ବିଲ ଅଳିଆ କିମ୍ବା ନଡା ୧ ଭାଗ ଗହମ ଚୋକଡ, ୧ ଭାଗ ବୁଟ ଚୋକଡ, ୧ ଭାଗ ପନିପରିବା ଚୋପା, ୧୦ ଭାଗ ଗୋବର ମିଶ୍ରଣ କରନ୍ତୁ । ଏଗୁଡିକ ଏକା ଥରକେ ରକ୍ଷା ଯାଇପାରିବ ଅଥବା ୨-୩ ଦିନ ଅନ୍ତରରେ ୫ ରୁ ୬ ଇଞ୍ଚ ବହଳରେ ଦିଆଯାଇପାରିବ। କୁଣ୍ଡଟି ପୂର୍ଣ୍ଣ ହେବା ପରେ ତା ଉପରେ ଦୁଇ ପରସ୍ତ ପୁରୁଣା ଅଖା କିମ୍ବା କିଛି ଅଧା ସଢା ପତ୍ର ପକାଇ ତା ଉପରେ ଅଖା ପକାଯାଇପାରେ। ଏହି ଅଖା ଉପରେ ମଝିରେ ମଝିରେ ପାଣି ଦେଇ ଓଦା ରଖିବାକୁ ହେବ । ମାସକ ପରେ ବାୟୁ ଚଳାଚଳ ପାଇଁ ଓଲଟ ପାଲଟ କରି ଦିଅନ୍ତୁ ଓ ଦୁଇ ମାସ ପରେ ଖତ ଅମଳ କରନ୍ତୁ । ଚାରିକୁଣ୍ଡ ନିରନ୍ତର ପଦ୍ଧତି :- ଏହି ପଦ୍ଧତିରେ ୪ଟି କୁଣ୍ଡ ଲଗାଲଗି ହୋଇ ତିଆରି ହୋଇଥାଏ। ପ୍ରତି କୁଣ୍ଡର ମଝି କାନ୍ଥରେ କଣାମାନ ଥାଏ । ପ୍ରଥମେ କୁଣ୍ଡରେ ଜିଆର ସେଜ ତିଆରି କରିବା ପରେ ସ୍ତର ସ୍ତର କରି ଗୋବର ଓ ଅଳିଆ ପକାଯାଏ। କୁଣ୍ଡଟି ପୂର୍ଣ୍ଣ ହୋଇ ଅଳିଆ ଅଧା ସଢିଯିବା ପରେ ଆବଶ୍ୟକ ପରିମାଣର ଜିଆ ମାନଙ୍କୁ ସେଥିରେ ଛଡ଼ାଯାଇଥାଏ। ଜିଆ ଛଡା ଯିବା ପରେ କାନ୍ଥରେ ଥିବା କଣାକୁ ବନ୍ଦ କରିଦିଆଯାଏ । ପ୍ରଥମ କୁଣ୍ଡ ପରି ଦ୍ଵିତୀୟ କୁଣ୍ଡକୁ ପୂର୍ଣ୍ଣ କରାଯାଏ। ଦ୍ଵିତୀୟ କୁଣ୍ଡଟି ପ୍ରାୟ ୨ ମାସରେ ପୂର୍ଣ୍ଣ ହୋଇଯାଏ । ସେତେବେଳକୁ ପ୍ରଥମ କୁଣ୍ଡର ଖତ ତିଆରି ହୋଇଯାଇଥାଏ । ଏହି କୁଣ୍ଡରୁ ଖତ ବାହାର କରିବା ପୂର୍ବରୁ ଦ୍ଵିତୀୟ କୁଣ୍ଡକୁ ଲାଗିଥିବା ବନ୍ଦ କୁଣ୍ଡକୁ ଖୋଲି ଦିଆଯାଏ। ଏହାଦ୍ଵାରା ପ୍ରଥମ କୁଣ୍ଡର ଜିଆ ଆପେ ଆପେ ଦ୍ଵିତୀୟ କୁଣ୍ଡକୁ ଚାଲିଯାନ୍ତି ଓ ଦ୍ଵିତୀୟ କୁଣ୍ଡରେ ଖତ ତିଆରି ରେ ଲାଗିପଡନ୍ତି । ଏଭଳି ଭାବେ ଦ୍ଵିତୀୟ କୁଣ୍ଡାରୁ ତୃତୀୟ କୁଣ୍ଡକୁ ଓ ଚତୁର୍ଥ କୁଣ୍ଡକୁ ଜିଆ ମାନେ ଯାଇଥାନ୍ତି ଓ ପୁନରାୟ ଚତୁର୍ଥ କୁଣ୍ଡରୁ ପ୍ରଥମ କୁଣ୍ଡକୁ ଜିଆ ମାନେ ଚାଲିଯାନ୍ତି । ବାଡି ବଗିଚାରୁ ମିଳୁଥିବା ଅଳିଆର ପରିମାଣକୁ ଦେଖି କୁଣ୍ଡ ଗୁଡିକର ଆକାର ଛୋଟ ବା ବଡ କରିବାକୁ ହୋଇଥାଏ। ଶଯ୍ୟା ପଦ୍ଧତି:- ଏଥିରେ କୌଣସି ପ୍ରକାର କୁଣ୍ଡ ତିଆରି କରିବା ଦରକାର ହୁଏ ନାହିଁ। ମାଟି ଉପରେ ଠିକ କୁଣ୍ଡ ପଦ୍ଧତି ପରି ଗୋଟିଏ ସ୍ତର ଉପରେ ଆଉ ଗୋଟିଏ ସ୍ତର ରଖି ଜିଆ ଛାଡି କମ୍ପୋଷ୍ଟ ପ୍ରସ୍ତୁତ କରାଯାଇପାରିବ । ଚଟାଣଟି ସିମେଣ୍ଟରେ ହେଲେ ଭଲ ଯଦି ମାଟି ଚଟାଣ ତେବେ ତା ଉପରେ ଗୋଟିଏ ପଲିଥିନ ଆସ୍ତରଣ ଦେଇଦେଲେ ଭଲ । ଉପରେ ଚାଳଟିଏ ରହିବା ଦରକାର। କମ୍ପୋଷ୍ଟ ଗଦାର ଉଚ୍ଚତା ୩ ରୁ ୪ ଫୁଟ ଓ ଲମ୍ବ ଯେତେ ଇଚ୍ଛା ନିଆଯାଇପାରେ। ସ୍ତର ଗୁଡିକ ଯେପରି ତଳକୁ ଖସିନ ପଡିବ ସେଥିପାଇଁ କିଛି ଇଟାକୁ ପାଚେରି ଚାରି ପାଟେ ରଖିଲେ ଭଲ ।ଏଭଳି ପଦ୍ଧତିରେ ପ୍ରସ୍ତୁତ ଖତ ଓ କୁଣ୍ଡ ପଦ୍ଧତି ରେ ପ୍ରସ୍ତୁତ ଖତ ଏକ ମାନର ହୋଇଥାଏ । କମ୍ପୋଷ୍ଟ ତିଆରି ସରି ଆସିବା ବେଳକୁ ଏହାର ରଙ୍ଗ ଗାଢ ରଙ୍ଗ ହୋଇଥାଏ ଓ ଗଦାର ଉପର ଭାଗରେ କେବଳ ଜିଆ ମଳ ଦେଖିବାକୁ ମିଳେ ଓ ବହୁ ସଂଖ୍ୟାର ଜିଆ ଉପରକୁ ଉଠି ଆସି ଅଖାରେ ଲାଗିଯାଇଥାନ୍ତି । ଏହି ସମୟ ହିଁ ଖତ ଅମଳର ଠିକ ସମୟ । ଖତ ଅମଳ ପୂର୍ବରୁ ଜିଆ ଗୁଡିକ ବାହାର କରିଦେବାକୁ ହେବ । ସେଥିପାଇଁ ଖତ ଅମଳର ୩-୪ ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିଦିଅନ୍ତୁ। ଏହାଦ୍ଵାରା ଖତ ଶୁଖିଯିବା ଓ ପାଣି ନପାଇ ଅଧିକାଂଶ ଜିଆ ତଳକୁ ଚାଲିଯିବେ। ଖତ ବାହାର କରିବାପରେ ତାକୁ ଦେଉଳିଆ କରି ଖରା ପଡୁଥିବା ଜାଗାରେ ୨-୩ ଘଣ୍ଟା ରଖନ୍ତୁ। ଏହାଦ୍ଵାରା ଖତରେ ଥିବା ବିଛା ଗୁଡିକ ଖରା ସହି ନପାରି ତଳକୁ ପଳାଇବେ ଏବଂ ମଝି ଭାଗରେ ଏକ ପେଣ୍ଡୁ ଆକାରରେ ଏକାଠି ହୋଇଯିବେ। ଉପର ଭାଗରୁ ଖତ ସଂଗ୍ରହ କରି ୨-୩ ଦିନ ପାଇଁ ଛାଇରେ ଶୁଖାନ୍ତୁ। ଖତ ମୁଣାରେ ପକାଇବା ପୂର୍ବରୁ ୩ ମି. ମି. ବା ୨ ମି. ମି. ଜାଲିରେ ଖାତ ଛାଣିଦେବା ଭଲ। ଏହାଦ୍ଵାରା ଖତ ନହୋଇଥିବା ଅଂଶ ଓ ଖୋସା ଗୁଡିକ ଅଲଗା ହୋଇଯିବ। ଖୋସା ଗୁଡିକ ମଧ୍ୟା ବ୍ୟବହାରରେ ଲାଗି ପାରିବ। ଜିଆ ଖତ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ପଦାର୍ଥ ଗାଈ,ଛେଳି,ମେଣ୍ଢା, ଘୁଷୁରି,କୁକୁଡା ଆଦିର ମଳ ବାଡି ବଗିଚାରେ ମିଳୁଥିବା ଘାସ ,ଫସଲ ଅମଳ ପରେ ରହି ଯାଉଥିବା ନଡା ଓ ଡାଳପତ୍ର ,ପନିପରିବା ,ଫଳର ଚୋପା କୁକୁଡା ମଳ ବ୍ୟବହାର ପୂର୍ବରୁ ସେଥିର ଚୂନ ମିଶେଇବା ଉଚିତ । ଅନ୍ୟାନ ମଳ ଗୁଡ଼ିକୁ ସାମାନ୍ୟ ଶୁଖାଇ ଦେଇ ଗୁଣ୍ଡ କରି ବ୍ୟବହାର କରିବା ଭଲ । ଘାସ, ଡାଳପତ୍ର ,ନଡା ଓ ପନିପରିବା ଚୋପା ଗୁଡିକୁ ଛୋଟ ଛୋଟ କରି କାଟି ,ସାମାନ୍ୟ ଶୁଖାଇ ତାକୁ ଅଳ୍ପ ଶଢାଇ ଦେବାପାରେ ଏହା ଜିଆ ଖାତାରେ ପରିଣତ ହୁଏ । ପଚାଇବା ପାଇଁ ଏ ଗୁଡିକୁ କାଟି ସାରିବା ପରେ ତା ସହ ଗୋବରକୁ ତୁଆଣ ଆକାରରେ ମିଶାଇ ଓଦାଳିଆ ଅବସ୍ଥାରେ ୧୦-୧୫ ଦିନ ରଖି ଦେଲେ ଏହା ଜିଆ ଖତ ପାଇଁ ଉପଯୋଗୀ ହୋଇଯାଏ । ୧୦ -୧୫ ଦିନ ରଖିବା ପରେ ପଚି ସେଥିରୁ ଗରମ ବାହାରୁ ଥାଏ । ତେବେ ସେଗୁଡୁକୁ ଓଲଟ ପାଲଟା କରି ପୁଣି ସାତଦିନ ରଖି ତାପରେ ବ୍ୟବହାର କରିବା ଭଲ। ଡାଳପତ୍ର, ପନିପରିବା ଚୋପା ଆବଶ୍ୟକ ମୁତାବକ ଅଧା ସଢିଗଲେ ହିଁ ଜିଆ ଖତ ପାଇଁ ଉପଯୁକ୍ତ ହୋଇଥାଏ। ଡାଳପତ୍ର କୁ ଅଧା ଶଢାଇବାବେଳେ ସେଥିରେ କମ ଯବକ୍ଷାରଜନ ଥିବା ଜାଣିପାରିଲେ ପ୍ରତି ଏକ ଟନ ପାଇଁ ଏକ କେଜି ଉରିଆ ମିସାଇଦେବା ଭଲ। କାରଣ ଏହିସବୁ ଆଳିଆରେ ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ପରିମାଣ ଅନୁପାତ ୪୦:୧ ଥାଏ। ଏଥିରେ ଉରିଆ ମିଶାଇବା ଦ୍ଵାରା ଏହି ଅନୁପାତ କମିଯାଏ ଓ ଏହା ଜିଆ ତଥା ଅନ୍ୟ ଅଣୁଜୀବ ପାଇଁ ଉତ୍ତମ ଖାଦ୍ୟ ହୋଇଥାଏ ଓ ସହଜରେ ଅଳିଆ ଅଧା ଶାଢ ଥାଏ । ଜିଆ ଖତ ରେ କଣ ଅଛି ଓ ସାଧାରଣ କମ୍ପୋଷ୍ଟ ଠାରୁ ଏହା କାହିଁକି ଉତ୍ତମ ? ଖାଦ୍ୟସାର ଜିଆଖତ ସାଧାରଣ ଖତ ଯବକ୍ଷାରଜାନ ୧।୬ ୦।୫ ଫସଫରସ ୦।୭ ୦।୩ ପୋଟାସ ୦।୮ ୦।୫ କ୍ୟାଲସିୟମ ୦।୫ ୦।୯ ମାଗ୍ନେସିୟମ ୦।୨ ୦।୨ ଲୋୟ ୧୭୫ ୧୪୫ ମାଙ୍ଗନୀଜ ୯୫ ୭୦ ଜିଙ୍ଗ ୨୫ ୧୫ ତମ୍ବା ୦୫ ୦୩ ଅଙ୍ଗାର ଓ ଯବକ୍ଷାରଜାନର ଆନୁପାତ ୧୫ :୧ ୨୦.୩୦ :୧ ଜିଅଖାତ ତିଆରି ବିଧି ବିଲବାଡି ,ବଗିଚା , ରୋଷେଇଘର ,ପରିବାହାଟ ଇତ୍ୟାଦିରୁ ପଡି ନଥିବା ଅଳିଆ ସଂଗ୍ରହ କରନ୍ତୁ । ଏଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଖରାରେ ସାମାନ୍ୟ ଶୁଖାଇ ଦିଅନ୍ତୁ । ଏଥିରେ ପୋକ ଥିଲେ , ସେ ଗୁଡିକୁ ଅଲଗା କରନ୍ତୁ ଅଥବା ନିମ୍ବ ଜାତୀୟ ଔଷଧ ପକାନ୍ତୁ । ତା ପରେ ଏ ଗୁଡିକ ଏକ ଛାଇ ଥିବା ଜାଗାରେ ଦୟା କରି ଅଳ୍ପ ଗୋବର ମିଶାଇ ପାଣି ଛିଞ୍ଚି ୧୫ ଦିନ ରଖନ୍ତୁ । ୧୫ ଦିନ ପରେ ଖତ ଭିତରେ ଗରମ ବାହାରୁ ଥିଲେ ତାକୁ ଓଲଟ ପାଲଟ କରି ଦିଅନ୍ତୁ ଓ ଆଉ ୭ ଦିନ ରଖି ମଝିରେ ମଝିରେ ପାଣି ଦିଅନ୍ତୁ । ଗୋବର ସଂଗ୍ରହ କରି ଛାଇରେ ଶୁଖାଇ ଦିଅନ୍ତୁ । ସଠିକ ପରିମାଣର ଗୋବର ଗୁଣ୍ଡ ସହିତ ଅଧା ଶଢା ବିଲ ଅଳିଆ ପରିବା ଚୋପା ଗୁଡ଼ିକୁ ମିଶାଇ ଜିଆ ଖତର ମିଶ୍ରଣ ତିଆରି କରନ୍ତୁ । କୁଣ୍ଡ ବା ଶଯ୍ୟା ପଦ୍ଧତିରେ ଜିଆ ଶଯ୍ୟା ତିଆରି କରି ତାକୁ ଓଦା କରି ସେଥିରେ ଆବଶ୍ୟକ ସଂଖ୍ୟାର ଜିଆ ଛାଡନ୍ତୁ । ଜିଆ ଗୁଡିକ ଭିତରକୁ ଚାଲିଗଲା ପରେ ତା ଉପରେ ତାର ଖାଦ୍ୟ ମିଶ୍ରଣ ରଖନ୍ତୁ । ସବା ଉପରେ ଦୁଇ ପରସ୍ତ ଅଖାକୁ ଓଦା କରି ରଖନ୍ତୁ । ମଝିରେ ମଝିରେ ଗଦାରେ ପାଣି ଦେଇ ୪୦ ଭାଗ ନଳୀ ଅଂଶ ରଖନ୍ତୁ । ସୁବିଧା ହେଲେ ୧ ମାସ ପରେ ଗଦାଟିକୁ ଓଲଟ ପାଲଟ କରି ଦିଅନ୍ତୁ । ଦୁଇ ମାସ ପରେ କୁଣ୍ଡରୁ ହାତରେ କମ୍ପୋଷ୍ଟ ବାହାର କରି ୨ -୩ ଘଣ୍ଟା ଛାଇରେ ରଖନ୍ତୁ । ଊପରୁ ଊପରୁ କମ୍ପୋଷ୍ଟ ନେଇ ୨ -୩ ଦିନ ପାଇଁ ଛାଇ ରେ ରଖନ୍ତୁ । କମ୍ପୋଷ୍ଟ କୁ ଛୋଟ କଣା ତାର ଜାଲିରେ ଛାଣି ଶତକଡା ୩୦ ଭାଗ ଜଳୀୟ ଅଂଶ ଥିବା ଅବସ୍ଥାରେ ପଲିଥିନ ମୁଣାରେ ବନ୍ଦ କରି ରଖନ୍ତୁ । ଜିଆ ଓ ଜିଆ ଅଣ୍ଡାର କୋଷ ଅଲଗା ଅଲଗା ସଂଗ୍ରହ କରି ରଖନ୍ତୁ ଓ ଏହାକୁ ଜିଆ କମ୍ପୋଷ୍ଟ ତିଆରି ରେ ପୁନର୍ବାର ବ୍ୟବହାର କରନ୍ତୁ । ଆଧାର - କୃଷି ବିଭାଗ ,ଓଡିଶା ସରକାର